ରିଙ୍କୁ ସିଂ ଙ୍କର ମୋଡ ବଦଳେଇ ଦେଲା ଆଇପିଏଲ ସେଇ ୫ ଟି ଛକା
August 23, 2023
0
ରିଙ୍କୁ ସିଂ ଙ୍କର ମୋଡ ବଦଳେଇ ଦେଲା ଆଇପିଏଲ ସେଇ ୫ ଟି ଛକା
ନୂଆଦିଲ୍ଲୀ: ମାତ୍ର ଦୁଇଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି ରିଙ୍କୁ ସିଂହ। କିନ୍ତୁ ଏହା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚିତ ନାଁ ହୋଇଯାଇଛନ୍ତି। ଗତ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶେଷ ୫ ବଲ୍ରୁ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଜିତାଇବା ପରଠୁ ସେ ହିରୋ ପାଲଟିଯାଇଛନ୍ତି। ଆଇପିଏଲ୍ର ଏହି ମୁହୂର୍ତ୍ତ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିବା ରିଙ୍କୁ ସ୍ବୀକାର କରିଛନ୍ତି। ଏହାପରଠୁ ପ୍ରଶଂସକମାନଙ୍କର ମୋ ପ୍ରତି ଭଲପାଇବା ବଢ଼ିଯାଇଛି ଓ ଏଥିପାଇଁ ମୁଁ ଗର୍ବିତ ଅନୁଭବ କରୁଛି ବୋଲି ବିସିସିଆଇ ୱେବସାଇଟ୍ରେ ଜାରି ହୋଇଥିବା ଏକ ସାକ୍ଷତକାର ଭିଡିଓରେ ସାଥୀ ଖେଳାଳି ରବି ବିଷ୍ଣୋଇଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ଚଳିତ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ରିଙ୍କୁ ପ୍ରଥମ ଥର ଭାରତୀୟ ଜର୍ସି ପରିଧାନ କରିଥିଲେ। ରିଙ୍କୁ ତାଙ୍କ ବ୍ୟାଟିଂ ଶୈଳୀ ବିଷୟରେ କହିଛନ୍ତି ଯେ, ସେ ସବୁବେଳେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ଚାହାନ୍ତି। ଖେଳ ଶେଷ ପର୍ଯ୍ୟାୟ ଆଡ଼କୁ ବଡ଼ ସଟ୍ ମାରିବାକୁ ତାଙ୍କୁ ଭଲ ଲାଗେ। ସେପର୍ଯ୍ୟନ୍ତ ପିଚ୍ରେ ତିଷ୍ଠିବା ପାଇଁ ନିଜକୁ ଶାନ୍ତ ରଖିଥାଏ। ଆଇପିଏଲ୍ରେ ଏଭଳି ବ୍ୟାଟିଂ କରିଥିବାରୁ ସଫଳତା ମିଳିଥିବା ସେ କହିଛନ୍ତି।
Tags

Please do not enter any spam link in the comment box