୧୪୦ କୋଟି ଭାରତୀୟଙ୍କ ପାଇଁ ଆଜି ଚନ୍ଦ୍ର ଯାନ ୩ ର ଅବତରଣ ସିଧା ପ୍ରସାରଣ ହେବ
August 23, 2023
0
୧୪୦ କୋଟି ଭାରତୀୟଙ୍କ ପାଇଁ ଆଜି ଚନ୍ଦ୍ର ଯାନ ୩ ର ଅବତରଣ ସିଧା ପ୍ରସାରଣ ହେବ
ନୂଆଦିଲ୍ଲୀ: ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଚନ୍ଦ୍ରର ଦକ୍ଷିଣମେରୁରେ ନରମ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି ଚନ୍ଦ୍ରଯାନ-୩। ସାରା ବିଶ୍ବରେ ଏହାକୁ ନେଇ ଉତ୍କଣ୍ଠା।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କହିଛି ଯେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଛି ଏବଂ ଚନ୍ଦ୍ରଯାନ-୩ ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ଅବତରଣ କରିବ। ପୂର୍ବରୁ କୁହାଯାଇଥିଲା ଯେ ଯଦି କିଛି ସମସ୍ୟା ଦେଖାଯାଏ, ତେବେ ଅବତରଣରେ ତିନିଚାରିଦିନ ବିଳମ୍ବ ହୋଇପାରେ। କିନ୍ତୁ ଇସ୍ରୋ ଆଜି ଏହାର ଏକ୍ସ (ଟ୍ବିଟର) ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ ମିସନ ଠିକ୍ ରାସ୍ତାରେ ଗତି କରୁଛି ଏବଂ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ। ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ) ସଫଳତାର ସହ ସମ୍ପାଦନ କରାଯାଇଥିଲା। ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି। ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ନରମ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।
ଇସ୍ରୋ କହିଛି ଯେ ମିସନ ଅପରେସନ୍ସ କମ୍ପ୍ଲେକ୍ସ (ମକ୍ସ) ଅତ୍ୟନ୍ତ ଉତ୍ସାହିତ। ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ସମୟରେ ହିଁ ଅବତରଣ କରିବ। ଏଥି ସହ ଇସ୍ରୋ ଏକ ଲିଙ୍କ ସେୟାର କରିଛି, ଯାହା ସାହାଯ୍ୟରେ ଜନସାଧାରଣ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିପାରିବେ। ଏହି ପ୍ରସାରଣ ବୁଧବାର ସନ୍ଧ୍ୟା ୫ଟା ୨୦ରେ ଆରମ୍ଭ ହେବ|
୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ହେବ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବନାହିଁ ଇସ୍ରୋ ଇସ୍ରୋର ଅଫିସିଆଲ ୱେବ୍ସାଇଟ୍, ୟୁଟ୍ୟୁବ୍ ଓ ଫେସ୍ବୁକ୍ ପେଜ୍ରେ ଲୋକମାନେ ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ । ତା’ଛଡ଼ା ଡିଡି ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ଏହାର ପ୍ରସାରଣ କରାଯିବ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ରୋଭର ପୃଷ୍ଠଦେଶର ରାସାୟନିକ ସଂରଚନା ତଥା ଜଳର ଉପସ୍ଥିତି ନେଇ ପରୀକ୍ଷାନିରୀକ୍ଷା କରିବ । ଏହା ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ରଦିବସ ବା ପୃଥିବୀର ୧୪ ଦିନ ପାଇଁ କାମ କରିବ । ବେଙ୍ଗାଲୁରୁ ଚନ୍ଦ୍ରଯାନ- ୩ ମିସନର ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା( ଏଲ୍ପିଡିସି) ଦ୍ବାରା ଅଗଷ୍ଟ ୧୯ରେ ୭୦ କିମି ଉଚ୍ଚରୁ ଉଠାଯାଇଥିବା ଚନ୍ଦ୍ରର ଫଟୋ ମଙ୍ଗଳବାର ସେୟାର କରିଛି ଇସ୍ରୋ ।
ବୁଧବାର ଚନ୍ଦ୍ରପୃଷ୍ଠରେ ନରମ ଅବତରଣ ପାଇଁ ଲକ୍ଷ୍ୟ ରଖିଥିବା ଲ୍ୟାଣ୍ଡର ମଡ୍ୟୁଲ( ଏଲ୍ଏମ୍) କୁ ଏଲ୍ପିଡିସିର ଏହି ଫଟୋଗୁଡ଼ିକ ସାହାଯ୍ୟ କରିବ । ସୋମବାର ଇସ୍ରୋ ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଆଣ୍ଡ୍ ଆଭଏଡାନ୍ସ କ୍ୟାମେରା( ଏଲ୍ଏଚ୍ଡିଏସି) ଦ୍ବାରା ଉଠାଯାଇଥିବା ଚନ୍ଦ୍ରର ଦୂର ପାର୍ଶ୍ବର ଫଟୋ ସେୟାର କରିଥିଲା । ବଡ଼ବଡ଼ ବୋଲ୍ଡର ଓ ଗଭୀର ଗର୍ତ୍ତ ନ ଥିବା ଅବତରଣ ସ୍ଥାନ ନିର୍ଣ୍ଣୟ କରିବାରେ ଏହି କ୍ୟାମେରା ସାହାଯ୍ୟ କରୁଛି । ଇସ୍ରୋର ଅନ୍ୟତମ ଗବେଷଣା ଓ ଉନ୍ନୟନ କେନ୍ଦ୍ର ଅହମଦାବାଦସ୍ଥିତ ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର( ଏସ୍ଏସି) ଦ୍ବାରା ଏହି କ୍ୟାମେରା ତିଆରି କରାଯାଇଥିଲା । ଆସନ୍ତାକାଲି ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର ଚନ୍ଦ୍ରରେ ସୁରକ୍ଷିତ ଅବତରଣ ପାଇଁ ଏହାର ସେନ୍ସରଗୁଡ଼ିକ ଦ୍ବାରା ସ୍ଥାନ ଚିହ୍ନଟ କରାଯାଉଛି ।
Tags

Please do not enter any spam link in the comment box