ନୂଆଦିଲ୍ଲୀ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନ୍ୟୁଜ୍ ଚ୍ୟାଲେନ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେହି କଥାକୁ ମନେପକାଇ ଥିଲେ ଯେବେ ସେ ଜଣେ ଜିଲ୍ଲାଧିକାରୀ ଭାବେ ବାଲେଶ୍ୱରରେ କାର୍ଯ୍ୟରତ ଥିଲେ । ସେତେବେଳେ ଏକ ଘଟଣା ଘଟିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ପିଏମ୍ଓକୁ ଡ଼କାଇ ଥିଲେ । ଅଶ୍ୱିନୀ ବୈଷ୍ଣବ କହିଥିଲେ କି , ୧୯୯୯ରେ ଓଡ଼ିଶାର ବାଲେଶ୍ୱରରେ ଏକ ସୁପର ସାଇକ୍ଲୋନ୍ ଆସିଥିଲା । ସେତେବେଳେ ଜିଲ୍ଲାର ଟିମ୍ , ଜନପ୍ରତିନିଧି , ବିଧାୟକ ଓ ଅନ୍ୟ ଲୋକମାନେ ବହୁତ ଭଲ କାମ କରିଥିଲେ। ଆଉ ଏହି କାମରେ ଖୁବ୍ ପ୍ରଭାବିତ ହୋଇଥିଲେ ପ୍ରଧାନମନ୍ତ୍ରୀ ।
ଉଲ୍ଲେଖନୀୟ ଯେ, ନ୍ୟୁଜ୍ ୧୮ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ଅଶ୍ୱିନୀ ବୈଷ୍ଣବଙ୍କୁ ପଚରା ଯାଇଥିଲା ଏହି ଘଟଣା ବିଷୟରେ କିଛି କହିବା ପାଇଁ , କେମିତି ତତ୍କାଳୀନ ପିଏମ୍ ଅଟଳ ବିହାରୀ ବାଜପେୟୀ ବାଲେଶ୍ୱରର ଡିଏମ୍ ଥିବା ବେଳେ ତାଙ୍କୁ ଡାକିଥିଲେ ପିଏମ୍ଓକୁ । ଏହି କଥାର ଅବତାରଣା କରିବାକୁ ଯାଇ ଅଶ୍ୱିନୀ କହିଥିଲେ ଜିଲ୍ଲାର ଟିମ୍ ବହୁତ ଭଲ କାମ କରିଥିଲେ , କାମ ତ ଟିମ୍ କରିଥିଲା ଏବଂ ଏହାର ଲାଭ ମୋତେ ମିଳିଗଲା । ସେ କହିଥିଲେ , କେମିତି ମୋତେ ଚୟନ କରାଗଲା ତାହା ମୋତେ ଜଣାନାହିଁ ।
ଆଉ ମଧ୍ୟ ସେହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ବୈଷ୍ଣବଙ୍କୁ ତାଙ୍କର ବର୍ତ୍ତମାନର ଦାୟିତ୍ୱ ତୁଲାଇବା ବିଷୟରେ ପ୍ରଶ୍ନ ପଚରା ଯାଇଥିଲା । ୩-୩ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବାରେ ଆସୁଥିବା ଚ୍ୟାଲେଞ୍ଜକୁ ନେଇ କରାଯାଇଥିବା ପ୍ରଶ୍ନରେ ସେ କହିଥିଲେ – ଠିକ୍ ଅଛି , କାମରେ ମଜା ଆସୁଛି ।ଅଧିକାରୀଙ୍କର ଓ ଅନ୍ୟ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ମିଳୁଛି । ଯେଉଁଠି ଆବଶ୍ୟକ ପଡ଼ୁଛି ସେଠାରେ ପୂରା ସପୋର୍ଟ ମିଳୁଛି ।
କେଉଁଠି ଅସୁବିଧା ଅଛି ଓ କିଛି ବରିଷ୍ଠ ଅଧିକାରୀମାନ ଛୁଟିରେ ଯିବାକୁ ପଡ଼ୁଛି , ତଥାପି ସବୁ ଠିକ୍ ଅଛି । ଅଶ୍ୱିନୀ ବୈଷ୍ଣବ ଏହି ମନ୍ତ୍ର ଦେଇ ସେଠାରେ ଉପସ୍ଥିତ ଲୋକଙ୍କୁ କହିଥିଲେ , ସାଥି ହୋଇ କାମ କର , ପରିଶ୍ରମ କର , ବିକାଶ କର ଓ ପ୍ରମୋଶନ ପାଅ ।
ମୁଁ ବାଲେଶ୍ୱରର ଡିଏମ୍ ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ମୋତେ ପିଏମ୍ଓକୁ ଡାକି ଥିଲେ …
December 07, 2021
0
Tags