ସୋମବାର ଦିନ ଇପିଏଫ୍ଓ ଏକ ଟ୍ୱିଟ୍ ଜରିଆରେ କହିଛି କି , ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨୧.୩୮ କୋଟି ଖାତାରେ ବାର୍ଷିକ ୮.୫୦ ପ୍ରତିଶତ ହିସାବରେ ସୁଧ ଟ୍ରାନ୍ସଫର କରି ଦିଆ ଯାଇଛି । ଆପଣଙ୍କ ପିଏଫ୍ ଖାତାରେ ମଧ୍ୟ ଆସି ସାରିଛି । ଯଦି ଏବେସୁଦ୍ଧା ଆପଣଙ୍କୁ ଏସ୍ଏମ୍ଏସ୍ ଆସିନାହିଁ ତ ଆପଣଙ୍କ ଘରେ ବସି ସହଜରେ ଚେକ୍ କରିପାରିବେ ।
ମେସେଜ୍ ମାଧ୍ୟମରେ ଚେକ୍ କରନ୍ତୁ ପିଏଫ୍ ଆମାଉଣ୍ଟ – ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ପିଏଫ୍ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଇପିଏଫ୍ଓ ନମ୍ୱର ଜାରି କରିଛି । ଏଥିପାଇଁ ରେଜିଷ୍ଟର ମୋବାଇଲ ନମ୍ୱରରୁ ୭୭୩୮୨୯୯୮୯୯ରେ ଏସ୍ଏମ୍ଏସ୍ ପଠାଇ ପାରିବେ । ଯେମିତି ଆପଣ ଏସ୍ଏମ୍ଏସ୍ କରିବେ , ସେମିତି ଇପିଏଫ୍ଓ ଆପଣଙ୍କୁ ଆପଣଙ୍କର ପିଏଫ୍ ପେମେଣ୍ଟ ଓ ବାଲାନ୍ସ ବିଷୟରେ ସୂଚନା ପଠାଇ ଦେବ ।
ଏସ୍ଏମ୍ଏସ୍ ପଠାଇବାର ପ୍ରକ୍ରିୟା ମଧ୍ୟ ବହୁତ ସହଜ । ଏଥିପାଇଁ ଆପଣଙ୍କୁ EPFOHO UAN ଲେଖି ୭୭୩୮୨୯୯୮୯୯ରେ ପଠାଇବାକୁ ହେବ । ଏହି ସୁବିଧା ୧୦ଟି ଭାଷାରେ ଇଂରାଜୀ , ହିନ୍ଦୀ , ପଞ୍ଜାବୀ , ଗୁଜରାଟୀ , ମରାଠୀ , କନ୍ନଡ, ତେଲୁଗୁ, ତାମିଲ , ମଲୟାଲମ ଓ ବାଂଲାରେ ଉପଲବ୍ଧ । ଏହି ସୂଚନା ପାଇଁ ଆପଣଙ୍କୁ ୟୁଏଏନ୍, ପ୍ୟାନ୍ ଆଧାର ଲିଙ୍କ୍ ହେବା ଜରୁରୀ ।
https://twitter.com/socialepfo/status/1465220517732831233?s=20
ଉମଙ୍ଗ ଆପ୍ରେ ମଧ୍ୟ ଜାଣିପାରିବେ ପିଏଫ୍ ଆମାଉଣ୍ଟ –
ଉମଙ୍ଗ ଆପ୍ ମାଧ୍ୟମରେ ମଧ୍ୟ ଆପଣ ନିଜର ପିଏଫ୍ ଆକାଉଣ୍ଟରେ ଥିବା ଜମା ରାଶି ଚେକ୍ କରି ପାରିବେ । ଏଥିପାଇଁ ଉମଙ୍ଗ୍ ଆପ୍ରେ ଥିବା ଇପିଏଫ୍ଓ ସେକ୍ସନକୁ ଯାଆନ୍ତୁ । Employee Centric Service ରେ କ୍ଲିକ୍ କରନ୍ତୁ । View Passbookକୁ ବାଛନ୍ତୁ ଏବଂ ପାସ୍ବୁକ୍ ଦେଖିବା ପାଇଁ ୟୁଏଏନ୍ରୁ ଲଗ୍-ଇନ୍ କରନ୍ତୁ । ଏହାସହ ଆପଣ ଟୋଲ୍ ଫ୍ରି ନମ୍ୱର ୧୮୦୦-୧୧୮-୦୦୫ରେ ସଂପର୍କ କରିପାରିବେ ।
Please do not enter any spam link in the comment box