ନୂଆଦିଲ୍ଲୀ : ପଦାରେ ପଡ଼ିଲା ଜଣେ ମହିଳା ଶିକ୍ଷକଙ୍କର କାଣ୍ଡ କାରନାମା। ସେ ନିଜର ହିଁ ଛାତ୍ରଙ୍କୁ ନିଜର ଭୁଲ୍ ରାସ୍ତାର ଶିକାର କରୁଥିଲେ। ପ୍ରଥମେ ସେ ନିଜର ଉଲଗ୍ନ ଫଟୋ ତାଙ୍କୁ ପଠାଉ ଥିଲେ । ଏହାପରେ ସେ ତାଙ୍କୁ କାର୍କୁ ଡାକି ଶାରୀରିକ ସଂପର୍କ ରଖୁଥିଲେ । ଏହି ଶିକ୍ଷୟତ୍ରୀଙ୍କ ଏପରି କୁକାର୍ଯ୍ୟ ସେତେବେଳେ ଖୋଲିଲା , ଯେବେ ସେ ନିଜର ଜଣେ ଛାତ୍ରଙ୍କୁ ନିଜର ନ୍ୟୁଡ୍ ଫଟୋ ପଠେଇଥିଲେ ଏବଂ ତାଙ୍କୁ ନିଜର କାର୍ରେ ଡାକି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏହାର ଖୁଲାସା ମଧ୍ୟ ବଡ଼ ଆଶ୍ଚର୍ଯ୍ୟଜନକ ଉପାୟରେ ହୋଇଥିଲା।
ଉଲ୍ଲେଖନୀୟ ଯେ, ଏହି ଘଟଣା ଆମେରିକାର ମେସୋରୀରେ ଘଟିଛି । ଡେଲି ଷ୍ଟାରର ଏକ ରିପୋର୍ଟ ମୁତାବିକ , ଏଠାର ଏକ ସ୍କୁଲ୍ର ଜଣେ ଶିକ୍ଷୟିତ୍ରୀଙ୍କ ସମ୍ୱନ୍ଧିତ ମାମଲା ସାମନାକୁ ଆସିବା ପରେ ସ୍କୁଲ ପ୍ରଶାସନରେ ଆଲୋଚନା ଆରମ୍ଭ ହୋଇ ଯାଇଥିଲା । ଏହି ଶିକ୍ଷୟିତ୍ରୀ ନିଜର ଛାତ୍ରଙ୍କୁ ଏମିତି ହରକତ କରିଛନ୍ତି , ଏହାର କାହାଣୀ କେବଳ ଯେ, ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ତାନୁହେଁ , ଏହା ସହ ତାଙ୍କୁ ନିଜର ଚାକିରି ବି ହରେଇବାକୁ ପଡ଼ିଛି ।
ରିପୋର୍ଟ ମୁତାବିକ , ଶିକ୍ଷୟିତ୍ରୀ ଜଣେ ଛାତ୍ରଙ୍କୁ ନିଜର ଉଲଗ୍ନ ଫଟୋ ପଠାଇ କାର୍କୁ ଡାକୁଥିଲେ ଏବଂ ତାଙ୍କ ସହ ସମ୍ୱନ୍ଧ ରଖିଥିଲେ । ଏହି ସମୟରେ ସେହି ଛାତ୍ରର ମାତା ପିତାଙ୍କୁ ସନ୍ଦେହ ହୋଇଥିଲା । ସେ ପିଲାଟିକୁ ପଚାରିଥିଲେ । ଛାତ୍ରଟିର ମାତା-ପିତା ପୁଲିସ୍ ପାଖକୁ ଯାଉ ସବୁ ଜଣାଇ ଥିଲ । ମାମଲାର ଯାଞ୍ଚ ଆରମ୍ଭ ହେଲା । ତଦନ୍ତ ଅଧିକାରୀଙ୍କ ପଚରାପଚରିରେ ପିଲାଟି ସ୍ୱୀକାର କରିଥିଲା କି ସେ ଶିକ୍ଷୟିତ୍ରୀଙ୍କ କହିବାନୁସାରେ ଓ ବାଧ୍ୟରେ ତାଙ୍କ ସହ ସମ୍ୱନ୍ଧ ରଖିଥିଲେ ।
ଖାଲି ଏତିକି ନୁହେଁ ଅଧିକାରୀମାନେ ଛାତ୍ରଙ୍କୁ ପଚରାପଚରି ପରେ ତାଙ୍କର ମୋବାଇଲରେ ମେସେଜ୍ ଦେଖିଥିଲେ । ମେସେଜ୍ରେ ଟିଚର ନିଜର ଉଲଗ୍ନ ଫଟୋ ପଠାଇ ଥିଲେ ଏବଂ ଏହା ସହ କିଛି ଅଶ୍ଳୀଳ କଥା ବି ଲେଖା ହୋଇଥିଲା । ଛାତ୍ର ଜଣଙ୍କ କହିଥିଲେ କି ସେ ଏକ ନଦୀ କୂଳରେ ତାଙ୍କର କାର୍ରେ ସମ୍ୱନ୍ଧ ରଖିଥିଲେ । ସେ ମଦ ପିଉଥିଲେ ଏବଂ ତାଙ୍କୁ ବି ଦେଲେ , ହେଲେ ଛାତ୍ର ଜଣକ ମଦ ପିଇବାକୁ ମନା କରିଦେଇଥିଲା ।
ରିପୋର୍ଟରେ ଏହି କଥା ମଧ୍ୟ କୁହାଯାଇଛି କି ଏହି ଘଟଣା ୩ ବର୍ଷ ପୂର୍ବର ଏବଂ ଏବେ ଏହି ମାମଲାରେ କୋର୍ଟଙ୍କର ନିଷ୍ପତ୍ତି ଆସିଛି । ଏହି ଶିକ୍ଷୟିତ୍ରୀଙ୍କୁ ନିଜର ୩ ଜଣ ଛାତ୍ରଙ୍କ ସହ ସମ୍ୱନ୍ଧ ରଖିବାରେ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ମହିଳା ଶିକ୍ଷୟିତ୍ରୀଙ୍କୁ ୨୦ ବର୍ଷ ପାଇଁ ଜେଲ୍ ପଠାଇ ଦେଇଛନ୍ତି ।
Please do not enter any spam link in the comment box